Categories: ଫୁରସତ

ସ୍ମାର୍ଟ ବାଡ଼ି: ବୟସ୍କଙ୍କୁ ଦେବ ସାହାରା

ନୂଆଦିଲ୍ଲୀ,୭।୩: ବୟସ ବଢ଼ିବା ସହିତ ଲୋକେ ଚାଲିବା ସମୟରେ ତଳେ ପଡ଼ିଯିବାର ଆଶଙ୍କା ରହିଥାଏ। ସେମାନେ ସାହାରା ଲୋଡ଼ିଥାନ୍ତିି। ତେବେ ଏଣିକି ଆଉ ଅନ୍ୟ କାହାର ସାହାରର ଆବଶ୍ୟକତା ରହିବନି। ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର ଏକ ସ୍ମାର୍ଟ ବାଡ଼ି ତିଆରି କରିଛନ୍ତି। ଏହା ବୟସ୍କଙ୍କୁ ସାହାରା ଦେବା ସହିତ ତଳେ ପଡ଼ିବାରୁ ସୁରକ୍ଷା ବି ଦେବ। କୌଣସି ଅସୁବିଧା ସମୟରେ ସ୍ମାର୍ଟ ବାଡ଼ିରେ ଲାଗିଥିବା ସଫ୍ଟଓ୍ବେର ବୟସ୍କ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ କେୟାର ଟେକରଙ୍କ ମୋବାଇଲ୍‌କୁ ସତର୍କ ସୂଚନା ପଠାଇବ। ଇଲୋକ୍ଟ୍ରନିକ୍ସ୍‌ ଏବଂ କମ୍ୟୁନିକେଶନ ପାଠ୍ୟକ୍ରମର ପ୍ରଥମ ବାର୍ଷିକ ଛାତ୍ର ଅର୍ଜୁନ ରାଜ ଏବଂ ରଘୁଲ୍‌ ପି.କେ ମିଳିତଭାବେ ଏହି ସ୍ମାର୍ଟ ବାଡ଼ି ପ୍ରସ୍ତୁତ କରିଛନ୍ତି। ବୟସ୍କଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଏବେ ତାଙ୍କ ଟିମ୍‌ରେ ୯ ଜଣ ଛାତ୍ର ଯୋଗ ଦେଇଛନ୍ତି। ସେମାନେ ବୟସ୍କଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି ବୋଲି ଦିଲ୍ଲୀ ଆଇଆଇଟି ଏନ୍‌ଏସ୍‌ଏସ୍‌ ସଂଯୋଜକ ପ୍ରଫେସର ସମ୍ରାଟ ମୁଖୋପାଧ୍ୟାୟ ସୂଚନା ଦେଇଛନ୍ତି।

Share