Categories: ବାଣିଜ୍ୟ

ସ୍ମାର୍ଟ ମୋବିଲିଟିକୁ ହ୍ୟୁଣ୍ଡାଇର ପ୍ରୋତ୍ସାହନ

ଭୁବନେଶ୍ୱର,୧୫-୫: ହ୍ୟୁଣ୍ଡାଇ ମୋଟର୍ସ ପକ୍ଷରୁ ସ୍ମାର୍ଟମୋବିଲିଟିକୁ ପ୍ରୋତ୍ସାହନ ସ୍ବରୂପ ନୂଆ କର୍ପୋରେଟ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଏହା ‘ଓ୍ବାନ୍ସ ଅପନ ଏ ଟାଇମ୍‌ ହ୍ୟୁଣ୍ଡାଇ ଏ କାର କମ୍ପାନୀ’ ଭାବେ ଆରମ୍ଭ ହୋଇଛି। ଭବିଷ୍ୟତର ଶେୟାର୍ଡ ମୋବିଲିଟି, କନେକଟେଡ ଏବଂ କ୍ଲିନ ଟେକ୍ନୋଲୋଜି ଉପରେ ଏହା କ୍ୟାମ୍ପେନରେ ଗୁରୁତ୍ୱାରୋପ କରିଛି। ଗ୍ରାହକଙ୍କୁ ସର୍ବୋତ୍ତମ ଗୁଣବତ୍ତା ସେବା ଯୋଗାଣ ଲକ୍ଷ୍ୟରେ ଏହା କାର୍ଯ୍ୟ କରୁଥିବା ବେଳେ ଗ୍ରାହକଙ୍କ ସନ୍ତୁଷ୍ଟି ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଛି। ଏକ ଅଟୋମୋବାଇଲ ବ୍ରାଣ୍ଡରୁ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ ପ୍ରଦାନକାରୀ କମ୍ପାନୀକୁ ପରିବର୍ତ୍ତନର ଧାରା ଏହି କ୍ୟାମ୍ପେନରେ ପ୍ରତିଫଳିତ ହୋଇଛି। ଜିରୋ ଏମିଶନ ମୋବିଲିଟି, ଶେୟାର୍ଡ, କନେକଟେଡ ଲକ୍ଷ୍ୟ ସହ ଅଗ୍ରସର ହେଉଥିବା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ଏମ୍‌ଡି ତଥା ସିଇଓ ଏସ୍‌.ଏସ୍‌.କିମ୍‌ କହିଛନ୍ତି।

Share