Advertisement

ସ୍ମାର୍ଟ ରୋବୋ ରୋଗୀଙ୍କ ପାଇଁ ବରଦାନ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରୋବଟ୍‌ ବା ରୋବୋର ବ୍ୟବହାର କିଛି ନୂଆ କଥା ନୁହେଁ। ନିକଟରେ ଜାପାନର ବୈଜ୍ଞାନିକମାନେ ଏପରି ଏକ ରୋବୋ ତିଆରି କରିଛନ୍ତି ଯାହା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ବିଶେଷଭାବରେ ଷ୍ଟ୍ରୋକ୍‌ ରୋଗୀଙ୍କ ପାଇଁ ଏହି ସ୍ମାର୍ଟ ରୋବୋ ବିଶେଷ ସହାୟକ ହେବ ବୋଲି ଜଣାପଡ଼ିଛି। ରୋଗୀ ନିକଟରେ ରହି ଜଣେ ଆଟେଣ୍ଡାଣ୍ଟର କାମ ଉକ୍ତ ରୋବୋ ସୁଚାରୁରୂପେ ତୁଲାଇପାରିବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରି କି ରୋଗୀ କେଉଁ ସମୟରେ ଔଷଧ ଖାଇବ ତାହାକୁ ମନେରଖିବା ସହ ଔଷଧ ମଧ୍ୟ ଦେଇପାରିବ। କେତେଜଣ ରୋଗୀ ଏହି ରୋବୋ ସହ ଭିଡିଓ ଗେମ୍‌ ଖେଳିପାରିବେ। ତେବେ ଏଭଳି ରୋବୋ ବଜାରରେ ଉପଲବ୍ଧ ହେବାକୁ ଆଉ କିଛି ମାସ ଲାଗିବ ବୋଲି ରିପୋର୍ଟରେ ସୂଚିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share