ସ୍ମିତାଙ୍କ ଲୁକ୍‌କୁ କପି କଲେ ରିଚା

ମୁମ୍ବାଇ: ବଲିଉଡ୍‌ ନାୟିକା ସ୍ମିତା ପାଟିଲଙ୍କ ଦମଦାର ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରିଛି। ଖୁବ୍‌ କମ୍‌ ଦିନର ଅତିଥି ସ୍ମିତା ବଲିଉଡ୍‌ରେ ଯେତିକି ଫିଲ୍ମ କରିଛନ୍ତି ସବୁଥିରେ ତାଙ୍କର ଅଭିନୟକୁ ଦର୍ଶକେ ପସନ୍ଦ କରିଛନ୍ତି। ନିକଟରେ ତାଙ୍କ ଦ୍ୱାରା ପ୍ରେରିତ ହୋଇଛନ୍ତି ଏବେକାର ଅଭିନେତ୍ରୀ ରିଚା ଚଢା। ସେ ଏବେ ସ୍ମିତାଙ୍କ ଲୁକ୍‌କୁ କପି କରିଥିବା ଦେଖାଯାଇଛି। ସ୍ମିତାଙ୍କ ସହ ତାଙ୍କର ନକଲ କରିଥିବା ଏକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେଉଛି। ତେବେ ଏହା ତାଙ୍କର ଆଗାମୀ ଫିଲ୍ମର ଲୁକ୍‌ ବୋଲି କେହି କେହି କହୁଥିବା ବେଳେ ସେ ସ୍ମିତାଙ୍କୁ ବେଶ୍‌ ପସନ୍ଦ କରନ୍ତି ବୋଲି କେହି କେହି କହୁଛନ୍ତି। ସେ ଯାହା ବି ହେଉ ଅଗାମୀ ଦିନରେ ରିଚା ‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।

Share