ସ୍ମିତାରାଣୀଙ୍କ ହତ୍ୟା ଲୁଚାଇବାକୁ ଷଡ଼ଯନ୍ତ୍ର: ନରସିଂହ

ଭୁବନେଶ୍ୱର, ୨୧।୧୧ (ବ୍ୟୁରୋ): ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ସରକାରଙ୍କୁ କାଠଗଡାରେ ଛିଡ଼ା କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍କ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ମୃତ ଝିଅର ବାପା ଓ ଶ୍ୱଶୁରଙ୍କୁ ଗୋଟିଏ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଗଲା। ସତେ ଯେମିତି ସେ ଦୁଇଜଣ ପ୍ରତ୍ୟକ୍ଷ ସାକ୍ଷୀ। ସେମାନଙ୍କୁ ଡରାଇ ଧମକାଇ ଗଁାରୁ ଅଣାଯାଇ ଏଫ୍‌ଆଇଆର ଲେଖାଯାଇଛି। ସ୍ମିତାରାଣୀଙ୍କ ମୃତ୍ୟୁବେଳେ ସେମାନେ ଗଁାରେ ଥିଲେ। ସେ ସମସ୍ତ ବିଷୟ ଉଲ୍ଲେଖ ହେବା କଥା। ମାତ୍ର ତାହା କରାଯାଇନାହିଁ। ଦଳୀୟ ନେତାଙ୍କୁ ବଞ୍ଚାଇବାକୁ ଷଡ଼ଯନ୍ତ୍ର ହୋଇଛି। ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର। ସିବିଆଇ କିମ୍ବା ଏସ୍‌ଆଇଟି ଭଳି ସଂସ୍ଥା ଦ୍ୱାରା ଏହାର ତଦନ୍ତ ହେଲେ ସବୁ କଥା ପଦାରେ ପଡ଼ିବ ବୋଲି ନରସିଂହ କହିଛନ୍ତି।

Share