ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶ ଭଦ୍ରଙ୍କୁ ହାଇକୋର୍ଟରୁ ଜାମିନ

କଟକ ଅଫିସ୍‌/ଧର୍ମଶାଳା, ୨।୬(ଡି.ଏନ୍‌.ଏ.): ଯାଜପୁର ହରିଦାଶପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କୁ ସୋମବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଗତ ଅକ୍ଟୋବରରୁ ସେ ଜେଲ୍‌ରେ ଥିଲେ। ଜଷ୍ଟିସ୍‌ ବିଭୂ ପ୍ରସାଦ ରାଉତରାୟ ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ୍‌କାଳରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ଓ ତଦନ୍ତରେ ସହଯୋଗ କରିବେ ବୋଲି ସର୍ତ୍ତ ରହିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୩୦୬ରେ ମାମଲା ବିଚାରାଧୀନ ରହିଛି। ଶୁଣାଣିରେ କୁହାଯାଇଛି ଯେ, ସ୍ମିତାରାଣୀ ଓ ରୂପେଶଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। କିନ୍ତୁ ସ୍ମିତାରାଣୀଙ୍କୁ ରୂପେଶ ଉପତ୍ୀଡନ କରିଥିବା ସ୍ପଷ୍ଟ ନାହିଁ। ତେଣୁ ରୂପେଶଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ସ୍ମିତାରାଣୀ ଆମତ୍ହତ୍ୟା କରିଥିବା ବିଷୟକୁ ଗ୍ରହଣ କରାଯାଇପାରିବ ନାହିଁ। ସେହି କ୍ରମରେ ରୂପେଶଙ୍କୁ ଜାମିନ୍‌ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଥିଲେ।

Share