ସ୍ମିତାରାଣୀ ମୃତ୍ୟୁ ମାମଲା:ହାଇକୋର୍ଟରେ ରୂପେଶ ଭଦ୍ର

କଟକ ଅଫିସ, ୩ା୧୨:ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଶୁକ୍ରବାର ଯାଜପୁର ଜିଲା ଓ ଦୌରାଜଜ ରୂପେଶଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ସୂଚନାଥାଉ କି, ସ୍ମିତାରାଣୀ ହରିଦାସପୁର ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଗତ ଅକ୍ଟୋବର ୧୬ରେ ସ୍ମିତାରାଣୀଙ୍କ ମୃତଦେହକୁ ଧର୍ମଶାଳା ଥାନା ଅଧୀନ ବାଲିଘରି ନିକଟରେ ଥିବା ଏକ ଗେଷ୍ଟ ହାଉସରୁ ପୋଲିସ ଜବତ କରିଥିଲା। ଉକ୍ତ ଗେଷ୍ଟ ହାଉସର ମାଲିକ ହେଉଛନ୍ତି ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ତଥା ଉକ୍ତ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ର। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୋଲିସ ରୂପେଶଙ୍କୁ ଅକ୍ଟୋବର ୧୮ ତାରିଖରେ ଗିରଫ କରିଥିଲା।

Share