ସ୍ମୃତିରେ ନନ୍ଦିନୀ: ୮୮ତମ ଜୟନ୍ତୀ ଅବସରରେ ବାରିପଦାରେ କବିତା ପାଠୋତ୍ସବ

ବାରିପଦା ଅଫିସ,୯।୬- ବାରିପଦା ସହରର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ରବିବାର ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ପାଳନ କରାଯାଇଛି। ମିଶନ ସାଇନ୍ସ ଏକାଡେମୀ ପରିସରରେ ପାଳିତ ଏହି ଜୟନ୍ତୀ ସମାରୋହରେ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନନ୍ଦିନୀ ଶତପଥୀଙ୍କ ଜୀବନାଦର୍ଶ ତଥା ସାହିତି୍ୟକ କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ବାଗୁଡିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଶିକ୍ଷକ ଡ. ମନତୋଷ କୁମାର ପତି ମୁଖ୍ୟ ବକ୍ତା, ଅଧ୍ୟାପକ ଅଶୋକ କୁମାର ପୃଷ୍ଟି ଓ ସଂଗଠକ ଅଚ୍ୟୁତ ପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ‘ସ୍ମୃତିରେ ନନ୍ଦିନୀ ’ ଶୀର୍ଷକରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ସହରର ସାହିତି୍ୟକ ଓ ବୁଦ୍ଧିଜିବୀମାନେ ଯୋଗଦେଇଥିଲେ ।