ସାଓ ପାଉଲୋ,୨୬ା୧୨(ଏଏଫ୍ପି): ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲସନାରୋ ସରକାରୀ ବାସଭବନରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ସାମିୟକ ଭାବେ ସ୍ମୃତିଶକ୍ତି ହରାଇଥିବା ଜଣାପଡିଛି। ସୋମବାର ରାତିରେ ବୋଲସନାରୋ ବାଥ୍ରୁମ୍ରେ ପଡ଼ିଯାଇଥିଲେ। ପୂର୍ବରୁ ୨୦୧୮ ସେପ୍ଟେମ୍ବରରେ ସେ ନିର୍ବାଚନ ପ୍ରଚାର କରୁଥିବାବେଳେ ଆକ୍ରମଣରେ ଆହତ ହୋଇଥିଲେ। ସେତେବେଳେ ମଧ୍ୟ ସେ କିଛିଦିନ ପାଇଁ ସ୍ମୃତିଶକ୍ତି ହରାଇଥିଲେ।