Categories: ଖେଳ

ସ୍ମୃତି ରଞ୍ଜନଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କେରଳରେ ଗତ ୨୭ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ବଧିର କ୍ରୀଡ଼ାରେ ଓଡ଼ିଶାର ସ୍ମୃତି ରଞ୍ଜନ ବାରିକ ୨ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସେ ପ୍ରତିଯୋଗିତାର ୧୬ ବର୍ଷରୁ କମ୍‌ ହାଇଜମ୍ପ ଓ ଡିସକସ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଜମପଡ଼ା ଗ୍ରାମର ହରେକୃଷ୍ଣ ବାରିକଙ୍କ ପୁତ୍ର ସ୍ମୃତି ଭୁବନେଶ୍ୱରସ୍ଥିତ ନର୍ସରୀ ବଧିର ବିଦ୍ୟାଳୟ ପଳାସପଲ୍ଲୀ ନବମଶ୍ରେଣୀ ଛାତ୍ର ଅଟନ୍ତି। ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶରତ ଚନ୍ଦ୍ର ମଲିକ ଓ ପ୍ରଧାନ ଶିକ୍ଷକ ରାଜ କିଶୋର ରାୟଙ୍କ ତତ୍ତ୍ୱାବଧାନରେ ସ୍ମୃତି କେରଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଫଳତା ପାଇଁ ସ୍ମୃତିଙ୍କୁ ଓଡ଼ିଶା ବଧିର ସଂଘର ସମ୍ପାଦକ ଆଲୋକ କୁମାର ଜେନା, ଓଡ଼ିଶା ସ୍ପୋଟର୍‌ସ କାଉନସିଲ ଅଫ ଦି ଡିଫ୍‌ର ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ପ୍ରହଲ୍ଲାଦ ଚନ୍ଦ୍ର ପରିଡ଼ା, ଯଦୁମଣୀ ବାରିକ ଓ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

Share