ସ୍ମେଲ୍‌ ଟେଷ୍ଟ୍‌ରୁ ଜଣାପଡୁଛି କରୋନା ସଂକ୍ରମଣ ସୂଚନା

ସିଓଲ,୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ସଂକ୍ରମିତଙ୍କ ଚିହ୍ନଟ କରିବା ଲାଗି ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ମେଲ୍‌ ଟେଷ୍ଟ୍‌ ଦ୍ୱାରା କରୋନା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ଜାଣି ହେଉଛି। ଦକ୍ଷିଣ କୋରିଆରେ ଥିବା ଆମେରିକା ସୈନ୍ୟ ବେସ୍‌ରେ ଏହି ପଦ୍ଧତିରେ ପରୀକ୍ଷା କରାଯାଉଛି। ଲୋକଙ୍କୁ ସେଓ ଏବଂ ଭିନେଗାରରୁ ପ୍ରସ୍ତୁତ ଏକ ତରଳ ପ୍ରଦାର୍ଥ ଶୁଙ୍ଘିବାକୁ ଦିଆଯାଉଛି। ଲୋକ ଏହାର ବାସ୍ନା ନ ଜାଣି ପାରିଲେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡୁଛି। କରୋନା ସଂକ୍ରମଣ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶୁଙ୍ଘିବା ଏବଂ ସ୍ବାଦ ବାରିବା ଶକ୍ତି ଧିରେଧୀରେ କମ୍‌ ହୋଇଥାଏ ବୋଲି କୁହାଯାଉଛି। କୈରୋଲ ଏବଂ ହେନେରି ସୈନ୍ୟ ବେସ୍‌ରେ ଏଭଳି ପଦ୍ଧତିରେ ଯାଞ୍ଚ୍‌ କରାଯାଉଛି।

Share