Advertisement

ସ୍ଲୋଭେନିଆ କରୋନା ମୁକ୍ତ

ଲୁବଲଜାନା, ୧୬ା୫ : ମହାମାରୀ କରୋନା କବଳରେ ବିଶ୍ୱର ସ୍ଥିତି ଜଟିଳ ଥିବାବେଳେ ପ୍ରଥମ ୟୁରୋପୀୟ ଦେଶ ଭାବେ ସ୍ଲୋଭେନିଆ ନିଜକୁ କରୋନା ମହାମାରୀ ମୁକ୍ତ ଘୋଷଣା କରିଛି। ଇଟାଲୀକୁ ଲାଗି ରହିଥିବା ଏହି ପାର୍ବତ୍ୟାଞ୍ଚଳରେ ୨୦ ଲକ୍ଷ ଲୋକ ବାସକରନ୍ତି। ଏଠାରେ ମୋଟ ୧,୫୦୦ ସଂକ୍ରମିତ ହୋଇଥିବାବେଳେ ୧୦୩ ଜୀବନ ଯାଇଛି। ଏବେ ବି ଏଠାରେ ସଂକ୍ରମିତ ଜାରି ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ ଦେଶକୁ କରୋନାମୁକ୍ତ ଘୋଷଣା କରାଯାଇ ୟୁରୋପୀୟ ନାଗରିକଙ୍କ ଲାଗି ସୀମା ଖୋଲି ଦିଆଯାଇଛି। ପ୍ରକାଶଥାଉ କି, ଦୁଇମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାନେଜ୍‌ ଜାନ୍‌ସା ମହାମାରୀ ଘୋଷଣା କରିଥିଲେ।
ଏବେ ସେଠାରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଜନସମାଗମ ଉପରେ ରୋକ ଲଗାଯାଇଛି। କେନେକ ଦୋକାନ, ହୋଟେଲ ଖୋଲିବା ଲାଗି ଅନୁମତି ମିଳିଛି। ମେ ୨୩ରୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯିବ ବୋଲି ଘୋଷଣା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share