Categories: ଖେଳ

ସୟଦ ମୁସ୍ତାକ ଅଲି ଟି୨୦ : ମୁମ୍ବାଇକୁ ଜିତାଇଲେ ସୂର୍ଯ୍ୟ କୁମାର

ସୁରତ, ୨୬।୧୧ (ପି.ଟି.)- ଏଠାରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ପ୍ରତିଯୋଗିତାର ସୁପର ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ୭ ଉଇକେଟ୍‌ରେ କର୍ନାଟକୁ ପରାସ୍ତ କରିଛି। ସ୍ଥାନୀୟ ସିବି ପଟେଲ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କର୍ନାଟକ ପକ୍ଷରୁ ଧାର୍ଯ୍ୟ ୧୭୨ ରନର ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ୧୯ ଓଭରରେ ୩ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ସୂର୍ଯ୍ୟ କୁମାର ୫୩ ବଲରୁ ୯୪ ରନ (୧୧ ଚୌକା, ୪ ଛକା) କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ୨୨*, ପୃଥ୍ବୀ ଶ’ ୩୦ ରନ କରିଥିଲେ। ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କର୍ନାଟକ ରୋହନ କଦମ (୭୧ ରନ) ଓ ଦେବଦତ୍ତ ପାଡିକଲ (୫୭)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୭୧ ରନ କରିଥିଲା। ଲୋକେଶ ରାହୁଲ (୦) ଓ ଅଧିନାୟକ ମନୀଷ ପାଣ୍ଡେ (୪) ବିଫଳ ହୋଇଥିଲେ। ମୁମ୍ବାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ ଦୁବେ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share