Categories: ଖେଳ

ହଂକଂ ଓପନ୍‌: କ୍ୱାର୍ଟରରେ ଶ୍ରୀକାନ୍ତ

ହଂକଂ, ୧୪।୧୧ (ପି.ଟି.)- ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟତମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ପ୍ରି-କ୍ୱାର୍ଟର ଫାଇନାଲରେ ୨୧-୧୧, ୧୫-୨୧, ୨୧-୧୯ ଗେମ୍‌ରେ ସାଥୀ ଖେଳାଳି ସୌରଭ ବର୍ମାଙ୍କୁ ପରାସ୍ତ କରିଛନ୍ତି। ଶେଷଥର ପାଇଁ ଶ୍ରୀକାନ୍ତ ଏପ୍ରିଲରେ ଅନୁଷ୍ଠିତ ସିଙ୍ଗାପୁର ଓପନ୍‌ର ଅନ୍ତିମ-୮ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱ ମାନ୍ୟତାର ତ୍ରୟୋଦଶ ସ୍ଥାନରେ ରହିଥିବା ଗୁଣ୍ଟୁର ଜନ୍ମିତ ଏହି ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ଅଲିମ୍ପିକ ଚାମ୍ପିୟନ ଚେନ୍‌ ଲଙ୍ଗ୍‌ଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍ସର ୨ୟ ରାଉଣ୍ଡର ଅନ୍ୟ ଏକ ମୁକାବିଲାରେ ପ୍ରଣୟ ୧୨-୨୧, ୧୯-୨୧ ସିଧାସଳଖ ଗେମ୍‌ରେ ୬ଷ୍ଠ ସିଡ୍‌ ଇଣ୍ଡୋନେସିଆର ଜୋନାଣ୍ଟନ କ୍ରିଷ୍ଟିଙ୍କଠାରୁ ହାରିଯାଇଛନ୍ତି।

Share