ହଂକଂ ସୁରକ୍ଷା ଆଇନକୁ କଡ଼ା ବିରୋଧ

ବେଜିଂ,୩୦ା୫: ଚାଇନା ପାର୍ଲାମେଣ୍ଟରେ ବେଜିଂ ସୁରକ୍ଷା ବିଲ୍‌ ପାସ୍‌ ହେବାର ଦିନକ ପରେ ଏହାକୁ କଡ଼ା ବିରୋଧ କରାଯାଇଛି। ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ଏହି ପ୍ରସ୍ତାବିତ ଆଇନ ପ୍ରତିବାଦରେ ଶୁକ୍ରବାର ଏକ ମିଳିତ ବିବୃତି ଜାରି କରିଛନ୍ତି। ହଂକଂ ଉପରେ ନୂଆ ସୁରକ୍ଷା ଆଇନ ଲଦିଦେବା ଫଳରେ ଏହି ବାଣିଜି୍ୟକ ସହରର ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି ହେବ। ଏହାସହ ୧୯୮୪ରେ ଚାଇନା-ବ୍ରିଟେନ ମଧ୍ୟରେ ହଂକଂର ସ୍ବାୟତ୍ତତା ନେଇ ହୋଇଥିବା ଚୁକ୍ତିନାମାକୁ ଏହି ଆଇନ ଉଲ୍ଲଂଘନ କରୁଛି। ବ୍ରିଟେନ ବହିର୍ବ୍ୟାପାର ସଚିବ ଡୋମିନିକ୍‌ ରାବ୍‌, ଅଷ୍ଟ୍ରେଲୀୟ ବହିର୍ବ୍ୟାପାର ମନ୍ତ୍ରୀ ମାରିସେ ପେନେ, କାନାଡାର ବହିର୍ବ୍ୟାପାର ମନ୍ତ୍ରୀ ଫ୍ରାଙ୍କୋଇସ୍‌ ଫିଲିଫ୍‌ ଚାମ୍ପାଗ୍‌ନେ ଏବଂ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଏହି ମିଳିତ ବିବୃତିରେ ସ୍ବାକ୍ଷର କରିଛନ୍ତି। ସ୍ବାକ୍ଷରକାରୀମାନେ ବେଜିଂର ଉପରୋକ୍ତ ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି।

Share