ହଂସପୁର ଗ୍ରାମରେ ୭୦୦ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜି: ଖାଇବାକୁ ବସିବା ବେଳେ ପ୍ରଶାସନର ଚଢ଼ାଉ, ଛତ୍ରଭଙ୍ଗ କଲେ ଲୋକେ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ହଂସପୁର ଗାଁରେ ବୁଧବାର ରାତିରେ ୭୦୦ ଲୋକଙ୍କ ପାଇଁ ଭୋଜି ରନ୍ଧା ସରିଥିଲା। ଏପରିକି ଲୋକେ ଭୋଜି ଖାଇବାକୁ ବସିଥିଲେ। ହେଲେ ଗ୍ରାମ ରାସ୍ତା ଦେଇ ପ୍ରଶାସନର ଏକ ଟିମ୍‌ ଯାଉଥିବାବେଳେ ଏହା ଦେଖିବାକୁ ପାଇଥିଲେ। ହଠାତ୍‌ ଉକ୍ତ ଟିମ୍‌ ଚଢ଼ାଉ କରିବା ପରେ ଲୋକେ ଏବଂ ଭୋଜି ଆୟୋଜନକାରୀ ସେଠାରେ ଚମ୍ପଟ ମାରିଥିଲେ। ହେଲେ ସେତେବେଳକୁ ୩୦୦ ଲୋକ ଖାଇ ସାରିଥିବାବେଳେ ଆହୁରି ୪୦୦ ଲୋକ ରହିଥିଲେ। ତେବେ ପୋଲିସ ଖାଦ୍ୟ ସାମଗ୍ରୀ, ହଣ୍ଡା ଆଦିକୁ ଜବତ କରିଥିଲା। ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀ ଏହି ଟିମ୍‌ରେ ସାମିଲ ଥିଲେ। ତହସିଲଦାରଙ୍କ ଏତଲାକୁ ଭିତ୍ତି କରି ଛତ୍ରପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Share