Advertisement

ହଂସରାଳି, ୧୦ ଛୁଆ ଉଦ୍ଧାର

ଭୁବନେଶ୍ୱର,୭।୮(ବ୍ୟୁରୋ): କଟକ ଜିଲା ବାଙ୍କୀ ଗଡ଼ର କୃଷ୍ଣଚନ୍ଦ୍ର ବେହେରାଙ୍କ ଘରୁ ଗୋଟିଏ ହଂସରାଳି ମା’ ଏବଂ ୧୦ଟି ଛୁଆକୁ ବୁଧବାର ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଅରାଚଣ୍ଡୀ ପାଟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ମଙ୍ଗଳବାର କୃଷ୍ଣଚନ୍ଦ୍ରଙ୍କ ପରିବାରଲୋକେ ଶୋଇଥିବା ବେଳେ ଚିଂ ଚିଂ ଶବ୍ଦ ଶୁଣିଥିଲେ। ସେମାନେ ଉଠି ଖୋଜାଖୋଜି କରିବା ପରେ ହଂସରାଳି ଏବଂ ତା’ର ୧୦ଟି ଛୁଆକୁ ଦେଖିବାକୁ ପାଇଥିଲେ। ରାତିରେ ବର୍ଷା ଲାଗି ରହିଥିବା ଯୋଗୁ ସେମାନେ ଜୀବନ ବିକଳରେ କୃଷ୍ଣଚନ୍ଦ୍ରଙ୍କ ଘରେ ପଶିଯାଇଥିବା କୃଷ୍ଣଚନ୍ଦ୍ର ଅନୁମାନ କରିଥିଲେ। ଶେଷରେ ବୁଧବାର ସକାଳେ ସେ ସ୍ନେକ୍‌ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର କୃଷ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚି ଚଢ଼େଇଟିକୁ ଉଦ୍ଧାର କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share