ହଓ୍ବା ହଓ୍ବାଇ ଗର୍ଲଙ୍କ ବିଷୟରେ କିଛି ଅଜଣା କଥା

ବଲିଉଡ୍‌ର ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀ। ଅନେକ ସଫଳ ଚରିତ୍ର ତଥା ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍‌ ନୁହେଁ। ଆଜକୁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅର୍ଥାତ୍‌ ୨୪ ଫେବୃଆରୀ ୨୦୧୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଥ୍‌ଟବ୍‌ରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ିଥିଲା। ଉକ୍ତ ସମୟରେ ସେ ନିଶାସକ୍ତ ମଧ୍ୟ ଥିଲେ।

ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ କିଛି ଅଜଣା କଥା।


-ଶ୍ରୀଦେବୀ ତାଙ୍କର ୨ ଝିଅଙ୍କ ନାମ ଫିଲ୍ମରେ ଅଭିନେତ୍ରୀ ଚରିତ୍ର ନାମ ଅନୁଯାୟୀ ରଖିଥିଲେ। ୧୯୯୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜୁଦାଇ’ରେ ଅଭିନେତ୍ରୀ ଉର୍ମିଲାଙ୍କ ନାମ ଜାହ୍ନବୀ ଏବଂ ‘ହମାରା ଦିଲ୍‌ ଆପ୍‌କେ ପାସ ହୈ’ରେ ସୋନାଲୀ ବେନ୍ଦ୍ରେଙ୍କ ନାମ ଖୁସି ଥିଲା।
-ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ ଅଭିନୟ କରିଥିବା ଶ୍ରୀଦେବୀ ୧୯୮୫ରୁ ୧୯୯୨ ମଧ୍ୟରେ ବଲିଉଡ୍‌ର ସମସ୍ତ ଅଭିନେତ୍ରୀଙ୍କୁ ପଛରେ ପକାଇ ଅଧିକ ଫିସ୍‌ ନେଉଥିଲେ।
– ଫିଲ୍ମ ‘ବାଜିଗର’ରେ ତାଙ୍କୁ ଡବଲ ଚରିତ୍ର ଅଫର ମିଳିଥିଲା। ମାତ୍ର ପରେ ନିର୍ଦ୍ଦେଶକ ଏଥିରେ ପରିବର୍ତ୍ତନ କରିଥିଲେ।
-ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୀଦେବୀ ୫୦ ବର୍ଷ କାମ କରିଛନ୍ତି।
-ତାଙ୍କର ପ୍ରକୃତ ନାମ ଶ୍ରୀ ଅମ୍ମାୟଙ୍ଗର ଅୟପ୍ପନ ଥିଲା। ମାତ୍ର ପରଦା ଉପରେ ନାଙ୍କ ନାମକୁ ପରିବର୍ତ୍ତନ କରି ରଖାଗଲା ଶ୍ରୀଦେବୀ।
-ଶ୍ରୀଦେବୀ ଧର୍ମେନ୍ଦ୍ର ଏବଂ ତାଙ୍କ ପୁଅ ସନୀ ଦେଓଲଙ୍କ ସହ କାମ କରିଥିବା ଅଳ୍ପ କେତୋଟି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।
-ଅଭିନେତା ଜିତେନ୍ଦ୍ରଙ୍କ ସହ ସେ ୧୬ଟି ସିନେମାରେ କାମ କରିଛନ୍ତି। ସେଥିମଧ୍ୟରୁ ୧୩ଟି ସଫଳ ରହିଥିବା ବେଳେ ୩ ଅସଫଳ ଥିଲା।
-ଫିଲ୍ମ ‘ଚାଲବାଜ’ର ସୁପରହିଟ୍‌ ଗୀତ ‘ନ ଜାନେ କହାଁ ସେ ଆଇ ହୈ’ର ଶୁଟିଂ ସମୟରେ ଶ୍ରୀଦେବୀଙ୍କୁ ଭିଷଣ ଜ୍ୱର ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ସେ ଗୀତର ଶୁଟିଂ ଶେଷ କରିଥିଲେ।
-ହଲିଉଡ୍‌ ଫିଲ୍ମ ‘ଜୁରାସିକ୍‌ ପାର୍କ’ ପାଇଁ ଶ୍ରୀଦେବୀଙ୍କୁ ଅଫର ମିଳିଥିଲା। ମାତ୍ର ସେ ଏହାକୁ କରିବାକୁ ମନା କରିଦେଇଥିଲେ।
– ମାତ୍ର ୪ ବର୍ଷ ବୟସରୁ ଶ୍ରୀଦେବୀ ବଡ଼ ପରଦାରେ ପାଦ ରଖିଥିଲେ।

Share