‘ହକ୍‌ ଆଇ’ ଆପ୍‌ ଦ୍ୱାରା ଚୋରି ମୋବାଇଲ୍‌ ଉଦ୍ଧାର

ହାଇଦ୍ରାବାଦ୍‌: ଏକ ମୋବାଇଲ୍‌ ଆପ୍‌ ଜରିଆରେ ହାଇଦ୍ରାବାଦ ପୋଲିସ ୬୭ଟି ଚୋରି ମୋବାଇଲ୍‌ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସହ ଯୋଡ଼ିହେବା ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ୨୦୧୫ରେ ‘ହକ୍‌ ଆଇ’ ନାମକ ଏହି ମୋବାଇଲ୍‌ ଆପ୍‌ ଜାରି କରାଯାଇଥିଲା। ଏହା ମାଧ୍ୟମରେ ପୋଲିସ ଏ ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଟଙ୍କାର ଚୋରି ମୋବାଇଲ୍‌ ଉଦ୍ଧାର କରିବାରେ ସଫଳ ହୋଇଛି। ଲୋକେ ଏହି ଆପ୍‌ରେ ନିଜ ନାମ ପଞ୍ଜୀକରଣ କରିବା ପରେ ଚୋରି ମୋବାଇଲ୍‌ ସମ୍ପର୍କରେ ଏତଲା ଦେଉଛନ୍ତି। ଅଭିଯୋଗ ପ୍ରକାରେ ଆଇଟି ଟିମ୍‌ ଆଇଏମ୍‌ଇଆଇ ନମ୍ବର ଟ୍ରାକ୍‌ କରି ଫୋନ୍‌ଗୁଡ଼ିକୁ ଉଦ୍ଧାର କରିବାରେ ସକ୍ଷମ ହେଉଛି। ହାଇଦ୍ରାବାଦ ପୋଲିସ କମିଶନରଙ୍କ କହିବାନୁଯାୟୀ, ୮ଲକ୍ଷ ୯୬ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ମୋବାଇଲ୍‌ ଆପ୍ଲିକେଶନ୍‌ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ପୁରୁଣା ମୋବାଇଲ୍‌ କିଣିବା ପୂର୍ବରୁ ତାହା ଚୋରି ମୋବାଇଲ୍‌ କି ନୁହଁ ଜାଣିବାପାଇଁ ଏହି ଆପ୍‌ ମାଧ୍ୟମରେ ଆଇଏମ୍‌ଇଆଇ ନମ୍ବର ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Share