ହଙ୍ଗାମା ସିକ୍ୱିଏଲରେ ନଜର ଆସିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟୀ ହଙ୍ଗାମା ସିକ୍ୱିଏଲରେ ପରେଶ ରାଓ୍ବଲଙ୍କ ସହ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ଶିଳ୍ପା ଏକ ମେଜର ରୋଲ୍‌ରେ ଆସିବେ। ମିଜାନ ଜାଫରି ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରଣିତା ସୁଭାଷଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହାର ଶୁଟିଂ ଆସନ୍ତା ଜାୟନୁୟାରୀରୁ ଆରମ୍ଭ ହେବ। ଏଥିରେ ଶିଳ୍ପା ଏକ ଗ୍ଲାମରସ୍‌ ଓ ମଜାଦାର ଚରିତ୍ରରେ ନଜର ଆସିବେ। ଏହା ହଙ୍ଗାମାର ପ୍ରଥମ ଫିଲ୍ମଠାରୁ ଟିକେ ଅଲଗା ବୋଲି କୁହାଯାଉଛି। କାରଣ ଏହାର କାହାଣୀ ଭିନ୍ନ ରହିଛି। ଶିଳ୍ପା କମ୍‌ କମେଡି ଫିଲ୍ମ କରିଥିବା ବେଳେ ଏଥିରେ କିନ୍ତୁ ସେ ଗ୍ଲାମରସ୍‌ କ୍ୟାରେକ୍ଟରରେ ନଜର ଆସିବେ। ଏହାସହ ଶିଳ୍ପା ଶବିର ଖାଁଙ୍କ ଫିଲ୍ମ ‘ନିକମ୍ମା’ରେ ନଜର ଆସିବେ ଯାହା ୨୦୨୦ରେ ରିଲିଜ୍‌ ହେବ।

Share