Categories: ଖେଳ

ହଙ୍ଗେରୀରେ ଦର୍ଶକଙ୍କୁ ଅନୁମତି

ବୁଦାପେଷ୍ଟ,୨୯ା୫ (ଏପି)- ହଙ୍ଗେରୀରେ ପୁଣି ଦର୍ଶକଙ୍କ ଉପସ୍ଥିତିରେ ଫୁଟ୍‌ବଲ ମ୍ୟାଚ ଆୟୋଜନ ହୋଇପାରିବ ବୋଲି ଦେଶର ଫୁଟ୍‌ବଲ ମହାସଂଘ କହିଛି। ଏଥିପାଇଁ ସ୍ଥାନୀୟ ସରକାର ଅନୁମତି ଦେଇଛନ୍ତି। ହେଲେ କରୋନାଭାଇରସ୍‌ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କିଛି ନିୟମକୁ ମାନି ଚଳିବାକୁ ହେବ। ଷ୍ଟାଡିୟମରେ ଦୁଇ ଦର୍ଶକଙ୍କ ମଧ୍ୟରେ ତିନୋଟି ଆସନ ଖାଲି ରହିବ। ଆଗପଛ ହୋଇ ସିଧାସଳଖ ଭାବେ ଦର୍ଶକ ବସି ପାରିବେ ନାହିଁ। ମ୍ୟାଚ ସହିତ ସମ୍ପୃକ୍ତ ଖେଳାଳି ଓ ଅତ୍ୟାବଶ୍ୟକ କର୍ମଚାରୀମାନଙ୍କର ଅତି ନିକଟରେ କରୋନାଭାଇରସ୍‌ ଟେଷ୍ଟ ସହ ଫଳାଫଳ ନେଭେଟିଭ୍‌ ହୋଇଥିବା ଦରକାର। କ୍ଲବଗୁଡ଼ିକ ସମର୍ଥକଙ୍କ ଉପସ୍ଥିତିରେ ମ୍ୟାଚ ଖେଳିବାକୁ ଚାହିଁବେ କି ନା ଏହା ସେମାନଙ୍କ ଉପରେ ନିର୍ଭର କରେ ବୋଲି ହଙ୍ଗେରୀ ଫୁଟ୍‌ବଲ ମହାସଂଘ କହିଛି। ଆସନ୍ତା ବୁଧବାର ସ୍ଥାନୀୟ ଫେରେଙ୍କ୍‌ ପୁସ୍‌କାସ୍‌ ଷ୍ଟାଡିୟମରେ ବୁଦାପେଷ୍ଟ ହନ୍‌ଭେଡ୍‌ ଏବଂ ମେଜୋକୋଭେସ୍‌ଡ-ଜୋରୀ ମଧ୍ୟରେ ହଙ୍ଗେରିଆନ୍‌ କପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଖୁବ୍‌ ଶୀଘ୍ର ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ।