ଲଣ୍ଡନ,୬।୬: ବିଶ୍ୱରେ କାୟା ମେଲାଇଥିବା କରୋନା ସଂକ୍ରମଣର ବିଭିନ୍ନ ସମସ୍ୟା କାରଣରୁ ଇଂଲଣ୍ଡର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ବେଣ୍ଟଲି ତା’ର ହଜାରେରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିଛି। ଶୁକ୍ରବାର ଏ ସମ୍ପର୍କରେ ଏକ ରିପୋର୍ଟ ବିବିସିରେ ପ୍ରକାଶ ପାଇଛି । ଏହି ଛଟେଇ ଫକ୍ସଓ୍ବାଗନ୍ସ ବ୍ରାଣ୍ଡର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ସ୍ବେଚ୍ଛାକୃତ ଅବସର ପାଇଁ ମଧ୍ୟ କୁହାଯାଇଥିବା ସୂଚନା ମିଳିଛି । ୧୯୧୯ରେ ୟୁ.କେ’ର ପ୍ରତିଷ୍ଠିତ ଏହି ବିଳାସପୂର୍ଣ୍ଣ କାର ନିର୍ମାତା ବେଣ୍ଟଲିର ନର୍ଥନ ଇଙ୍ଗ୍ଲିସ୍ କ୍ରିଉ ଫ୍ୟାକ୍ଟ୍ରିରୁ ବିଭିନ୍ନ ମଡେଲର ବିଳାସପୂର୍ଣ୍ଣ କାର ଉତ୍ପାଦନ କରିଥାଏ । କୋଭିଡ୍-୧୯ କାରଣରୁ ଲଣ୍ଡନରେ ଜାରି ରହିଥିବା ରହିଥିବା ଶଟ୍ଡାଉନ ପାଇଁ କମ୍ପାନୀ ବିଭିନ୍ନ ସମସ୍ୟା ଓ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଫଳରେ କମ୍ପାନୀ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଖବର ମିଳିଛି । ସେହିଭଳି ଅନ୍ୟତମ ବିଳାସପୂର୍ଣ୍ଣ ସ୍ପୋର୍ଟକାର ଅଷ୍ଟନ୍ ମାର୍ଟିନୀ ୫ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ ପାଇଁ ଚିନ୍ତା କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।