Categories: ମେଟ୍ରୋ

‘ହଜାରେ ଜରିମାନା ଦେଇଛି, ହେଲମେଟ୍‌ ନ ପିନ୍ଧି ବୁଲିବି’

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଯାଞ୍ଚବେଳେ କଟକ ଭଳି ଭୁବନେଶ୍ୱରରେ ମଧ୍ୟ କେତେଜଣ ନିୟମ ଉଲ୍ଲଂଘନକାରୀ ପୋଲିସ ସହ ଅଜବ ଯୁକ୍ତି କରିଥିଲେ। ରାଜମହଲ ଛକରେ ଫୋର୍ସ ଉପସ୍ଥିତିରେ ପୋଲିସ ଯାଞ୍ଚବେଳେ ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଳାଇ ଯାଉଥିବା ଜଣେ ଯୁବକ ଧରାପଡିଥିଲେ। ପୋଲିସ ପରାମର୍ଶ ଦେଉଥିବାବେଳେ ଯୁବକ ଜଣକ ଉଚ୍ଚ ଗଳାରେ କହିଥିଲେ, ସକାଳୁ ହଜାରେ ଟଙ୍କା ଜରିମାନା ଦେଇସାରିଛି। ଏବେ ମୁଁ ୨୪ ଘଣ୍ଟା ଛାତି ଫୁଲେଇ ବିନା ହେଲମେଟ୍‌ରେ ସହର ସାରା ବୁଲିବି। ମୋର କେହି କିଛି କରିପାରିବେ ନାହିଁ ବୋଲି ପୋଲିସକୁ ନାଲିି ଆଖି ଦେଖାଇ କହି ପଳାଇଥିଲେ। ଏନେଇ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଥରେ ଜରିମାନା ଦେଲେ ଆଉଥରେ ସମାନ ଜରିମାନା କଟାଯିବାର ନିୟମ ନାହିଁ। ଏହା ସେମାନଙ୍କ ମାନସିକତା। ଆମେ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛୁ, ଜରିମାନା ପାଇଁ ନୁହେଁ।

Share