Categories: ଫୁରସତ

ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କଲେ ଭାରତୀୟ ମହିଳା

ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କରିଛନ୍ତି ଭାରତୀୟ ମହିଳା ସ୍ବପ୍ନା ଆବ୍ରାହମ୍‌। ତାଙ୍କ ନାମ ଗୋଲ୍ଡେନ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ସ୍ବପ୍ନା ଗୋଟିଏ ଦିନରେ ୧ ହଜାର ଦିନରେ ହଜାରେ ଗୀତ ଲେଖିବା ସହ ଗାଇଛନ୍ତି ମଧ୍ୟ। କେବଳ ଏତିକି ନୁହେଁ,ଗୀତଗୁଡିକ ନିଜେ କମ୍ପୋଜ୍‌ ମଧ୍ୟ କରିଛନ୍ତି। ଦୁବାଇରେ ରହୁଥିବା ୪୮ ବର୍ଷୀୟ ସ୍ବପ୍ନା ୨୦୧୭ ଏପ୍ରିଲ ୮ରୁ ଗୀତ ଲେଖା ଆରମ୍ଭ କରିଥିଲେ। ଯାହାକୁ ସେ ୨୦୨୦ ଜାୟାରୀ ୨ରେ ସମାପ୍ତ କରିଛନ୍ତି। ଖୁବଶୀଘ୍ର ସେ ଗିନିଜ୍‌ ରେକର୍ଡ ପାଇଁ ଆବେଦନ କରିବେ ବୋଲି ଜଣାପଡିଛି। ସ୍ବପ୍ନାଙ୍କ ନାଁରେ ଗୋଟିଏ ଦିନରେ ୨୨ଟି ଗୀତ ଗାଇବାର ରେକର୍ଡ ମଧ୍ୟ ରହିଛିି। ସେ ଦୁବାଇରେ ଏକ ମ୍ୟାନେଜମେଣ୍ଟ ସଲ୍ୟୁସନ୍‌ ଫାର୍ମରେ କାମ କରନ୍ତି। ଏଥିସହ ଗତ ୨୪ ବର୍ଷ ହେବ ସେ ସଙ୍ଗୀତ କ୍ଷେତ୍ରରେ ଯୋଡି ହୋଇ ରହିଛନ୍ତି। ଇତିମଧ୍ୟରେ ତାଙ୍କର ୨୨ଟି ଆଲବମ୍‌ ରିଲିଜ୍‌ ହୋଇସାରିଛି। ସ୍ବତନ୍ତ୍ର କିଛି କରି ଦେଖାଇବା ଲକ୍ଷ୍ୟରେ ସେ ଏଭଳି ସଫଳତା ହାସଲ କରିଥିବା ସ୍ବପ୍ନା କହିଛନ୍ତି।

Share