ପାତ୍ରପୁର,୨୦ା୪(ଡି.ଏନ୍.ଏ.)- ଲକ୍ଡାଉନରେ ମଦଦୋକାନ ବନ୍ଦ ଥିବାବେଳେ ଦେଶୀମଦ କାରବାର ବୃଦ୍ଧି ପାଇଛି। ଭାଟି ମାନଙ୍କରେ ମଦ ତିଆରି କରି ମାଲାମାଲ୍ ହେଉଛନ୍ତି ମାଫିଆ। ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ସୋମବାର ଏକ ଟିମ୍ ଚଢ଼େଇ ଗାଁ, ସୁନରିବାଡ ଓ କନ୍ଧ ବିଜୟପୁର୍ ନିକଟସ୍ଥ ମଦଭାଟିରେ ଚଢ଼ାଉ କରି ହଜାରେ ଲିଟର ପୋଚ ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ସେହିଭଳି ପାତ୍ରପୁର ତହସିଲଦାର ଡ଼. ଶ୍ରୀନିବାସ ବେହେରା ବି. ନୂଆଗାଁ ମଦ ଭାଟିକୁ ସିଲ୍ କରିବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି l