Advertisement

ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଟ୍ରମ୍ପ୍‌: ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଦେଉଛନ୍ତି ଗୁରୁତ୍ୱ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଦାର୍ଶନିକ ନୋଆମ୍‌ ଚୋମ୍‌ସ୍କେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନୋଆମ୍‌ କହିଛନ୍ତି ଦେଶରେ କରୋନା ଯୋଗୁ ଘଟିଥିବା ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଟ୍ରମ୍ପ୍‌ ଦାୟୀ। ଦେଶରେ କରୋନା ମହାମାରୀ ଜାରି ରହିଥିବାବେଳେ ଟ୍ରମ୍ପ୍‌ ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଗୁରୁତ୍ୱ ଦେଉଛନ୍ତି। କରୋନା ସଂକ୍ରମଣକୁ ନେଇ କିପରି ରାଜନୀତି କରାଯିବ ସେନେଇ ଟ୍ରମ୍ପ୍‌ ଯୋଜନା କରୁଥିବା ନୋଆମ୍‌ କହିଛନ୍ତି। ସଙ୍କଟ ସମୟରେ ଆମେରିକା ପିଠିରେ ଛୁରା ଭୁସି ଟ୍ରମ୍ପ୍‌ ଦେଶର ରକ୍ଷକ ବଦଳରେ ଭକ୍ଷକ ସାଜିଥିବା ସେ ଅଭିଯୋଗ କରିଛନ୍ତି। ଟମ୍ପ୍‌ଙ୍କ ଉପରେ ନୋଆମ୍‌ଙ୍କ ଏଭଳି ଟିପ୍ପଣୀ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share