Categories: ମେଟ୍ରୋ

ହଜିଗଲା ମାନବିକତା: କୁକୁର ଉପରେ କାର୍‌ ଚଢ଼ାଇ ଦେଲେ ଡାକ୍ତର; ଥାନାରେ ମାମଲା

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜଧାନୀରେ ଜଣେ ଡାକ୍ତରଙ୍କ ଅମାନବିକତା ଦେଖିବାକୁ ମିଳିଛି। ହର୍ନ ବଜାଇବା ସତ୍ତ୍ୱେ ରାସ୍ତାରୁ କୁକୁର ଛୁଆ ନ ଉଠିବାରୁ ତା’ ଉପରେ ସମ୍ପୃକ୍ତ ଡାକ୍ତର କାର୍‌ ( ନଂ. ଓଡି ୦୨ ବିଜି୧୮୮୨) ଚଢାଇ ମାରିଦେଇଛନ୍ତି। ଶୁକ୍ରବାର ବଡଗଡ଼ ଥାନା ଅଧୀନ ତାରା ଆପାର୍ଟମେଣ୍ଟ ନିକଟରେ ଏହି ଘଟଣା ଘଟିଛି। କୁକୁରକୁ ମାରିଦେବା ପରେ ବି ସମ୍ପୃକ୍ତ ଡାକ୍ତରଙ୍କ ଅହଂକାର କମି ନ ଥିଲା। ମୋର କେହି କିଛି କରିପାରିବେ ନାହିଁ ବୋଲି ସେ କହୁଥିବା ଶୁଣିବାକୁ ମିଳିଥିଲା। ତେବେ ଶନିବାର ଏ ନେଇ ସ୍ପିକ୍‌ ଅଫ୍‌ ଆନିମଲ୍‌ ଅଧ୍ୟକ୍ଷ କୁଶଲ ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ବଡ଼ଗଡ଼ ଥାନାରେ ଆଇପିସି ଦଫା ୪୨୯, ଆନିମଲ ଆକ୍ଟ ୧୧ (୧) (ଏ)ରେ ଏକ ମାମଲା (ନଂ. ୧୩୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ପୋଲିସ ମୃତ କୁକୁର ଛୁଆକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିିଛି।

Share