ହଜିଗଲେ କି ଦୀପବୀର!

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କପୁଲ ଭାବେ ପରିଚିତ ଦୀପିକା ପାଦୁକୋନ ଓ ରଣବୀର ସିଂ ଯାହା କଲେ ବି ଆସନ୍ତି ଚର୍ଚ୍ଚାକୁ। ଏଥର ତାଙ୍କ ଭ୍ୟାକେଶନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଏହି ଦମ୍ପତି ଭ୍ୟାକେଶନରେ ଥିବା ବେଳେ ଇନ୍‌ଷ୍ଟାଗ୍ରାମରେ ଏମିତି ସବୁ ଫଟୋ ଶେୟାର କରୁଛନ୍ତି ଯାହାକୁ ଦେଖି ତାଙ୍କ ପ୍ରଶଂସକ ବୁଝି ପାରୁ ନାହାନ୍ତି ପ୍ରକୃତରେ ଦୀପବୀର କେଉଁଠି ଅଛନ୍ତି। କେବେ ଚପଲର ଫଟୋ ତ ପୁଣି କେବେ ଛତା ଫଟୋ ଶେୟାର କରୁଛନ୍ତି ଦୀପବୀର।

ଏଥର ଦେଖିବାକୁ ମିଳିଛି ସାଇକେଲର ଫଟୋ। ଏମିତି ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କ ମହଲରେ କ୍ରେଜ୍‌ ସୃଷ୍ଟି କରୁଛନ୍ତି। ଛୁଟି କାଟିବାକୁ ଯିବା ପୂର୍ବରୁ ଏମାନେ କେବଳ ପାସପୋର୍ଟର ଫଟୋ ଶେୟାର କରିଥିବା ବେଳେ ସେମାନେ କେଉଁଠିକୁ ଯାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ନ ଥିଲା।

Share