ହଜିଥିବା ଅର୍ଥ ଫେରିପାଇଲେ ଯୁବକ

ଆରଡି, ୧୦ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ପାୟାସାହି ଗ୍ରାମର ରାଜେଶ ଖାଁ ଏକ ଘରୋଇ ବ୍ୟାଙ୍କରୁ ୨୫ ହଜାର ଟଙ୍କା ଉଠାଇ ନିଜ ଘରକୁ ସାଇକେଲ ଯୋଗେ ଫେରିଥିଲେ ା ବାଟରେ ଆସିଲା ବେଳେ ସୂର୍ଯ୍ୟପୁର ନିକଟରେ ତାଙ୍କର ମନିପର୍ସ ଗଳି ପଡିଥିଲା ା ସେ ଏ ବିଷୟରେ ଅନଭିଜ୍ଞ ଥିଲେ। ଧୂଷୁରୀ ଯିବା ବାଟରେ ପାଳସାହି ଗ୍ରାମର ଅଜିତ ଦାସ ଓ ପାଳସାହି ସରପଞ୍ଚଙ୍କ ସ୍ବାମୀ ପଣ୍ଡିତ ପଞ୍ଚାନନ ମିଶ୍ର ରାଜେଶଙ୍କ ହଜିଥିବା ପର୍ସ ରାସ୍ତା ଉପରେ ପଡିଥିବା ଦେଖିଥିଲେ। ସେହି ପର୍ସକୁ ନେଇ ସେମାନେ ଧୁଷୁରୀ ଥାନାରେ ଦେଇଥିଲେ। ସବ୍‌ଇନ୍ସପେକ୍ଟର ବିଭୂତିଭୂଷଣ ସ୍ବାଇଁ ବ୍ୟାାଙ୍କ ସହ ଯୋଗାଯୋଗ କରି ରାଜେଶଙ୍କୁ ଥାନାକୁ ଡାକିଥିଲେ। ସେଠାରେ ସେ ଉପଯୁକ୍ତ ପ୍ରମାଣ ଦେଖାଇ ସମସ୍ତ ଟଙ୍କା ଆଣିଥିଲେ ା ୨ ବ୍ୟକ୍ତିଙ୍କ ବଦାନ୍ୟତାରୁ ରାଜେଶ ଟଙ୍କା ଫେରିପାଇଥିବାରୁ କୃତଜ୍ଞତା ଜଣାଇଛନ୍ତ।