ଓ୍ବାଶିଂଟନ୍: ଆମେରିକାର ଓ୍ବାଶିଂଟନରେ ଜଣେ ମହିଳା ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଦେଇଛନ୍ତି। ଗତ ଜୁଲାଇ ମାସରେ କ୍ୟାରୋଲ୍ ନାମକ ଜଣେ ମହିଳା ନିଜ କୁକୁର କ୍ୟାଟିକୁ ନେଇ ବୁଲିବାକୁ ଯାଇଥିଲେ। ସେ ସ୍ବାମୀଙ୍କ ସହ ହୋଟେଲ ବାହାରକୁ ବୁଲିବାକୁ ଯାଇଥିବାବେଳେ କୁକୁରଟି କେଉଁଆଡେ ପଳାଇଥିଲା। କ୍ୟାରୋଲ୍ କ୍ୟାଟିକୁ ଯେତେ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ପାଇ ନ ଥିଲେ। ଏଥିପାଇଁ କ୍ୟାରୋଲ ନିଜ ଚାକିରି ଛାଡି ଦେଇଥିଲେ। କୁକୁରକୁ ଖୋଜିବା ପାଇଁ କ୍ୟାରୋଲ ସହରରେ ୫୦୦ ପୋଷ୍ଟର ଲଗାଇଥିଲେ। କିନ୍ତୁ କିଛି ସୁଫଳ ମିଳି ନ ଥିଲା। କିନ୍ତୁ ଆଶା ଛାଡି ନ ଥିଲେ କ୍ୟାରୋଲ। ଶେଷରେ ଦୀର୍ଘ ୨ ମାସ ପରେ ସେ ଆମେରିକାର ଅନ୍ୟ ଏକ ରାଜ୍ୟରୁ କ୍ୟାଟିକୁ ଉଦ୍ଧାର କରିଥିଲେ।