ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା, ୧୫ ହଜାର ଟଙ୍କାର ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଓ ଜରୁରୀ କାଗଜପତ୍ର ଥିଲା। ଭ୍ୟାନିଟି ବ୍ୟାଗ୍‌କୁ ମା’ ଦୁର୍ଗା କ୍ଷୁଦ୍ର ବଣିକ ସଂଘ ସଦସ୍ୟମାନେ ପୋଲିସ ସମ୍ମୁଖରେ ସ୍ମୃତିରେଖାଙ୍କୁ ହସ୍ତାନ୍ତର କରିଥିଲେ। ସ୍ମୁତିରେଖା ସଂଘ ସଦସ୍ୟ ଏବଂ ପୋଲିସକୁ ଧନ୍ୟବାଦ ଜଣାଇଥିଲେ। ସୂଚନା ମୁତାବକ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ସ୍ମୁତିରେଖା ଗତ ଗୁରୁବାର ଶହୀଦନଗର ହାଟ ଆସିଥିଲେ। ଏକ ଗୁପୁଚୁପ୍‌ ଦୋକାନରେ ସେ ତାଙ୍କର ଭ୍ୟାନିଟି ବ୍ୟାଗ ଛାଡ଼ି ପଳାଇଥିଲେ। ହାଟ ସଂଘ ସଦସ୍ୟମାନେ ଉକ୍ତ ବ୍ୟାଗ ସମ୍ପର୍କରେ ପୋଲିସକୁ ଜଣାଇବା ସହ ଫେରାଇବା ବ୍ୟବସ୍ଥା କରିଥିଲେ। ସଂଘ ସଦସ୍ୟଙ୍କ ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

Share