ବଲିଉଡ୍ ଅଭିନେତ୍ରୀ ବାଣୀ କପୁର ବିବାଦରେ ଫଶିଯାଇଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଇନଷ୍ଟାଗ୍ରାମରେ ବାଣୀ ଏକ ହଟ୍ ବିକିନ୍ ଟପ୍ ପିନ୍ଧା ଫଟୋ ଶେୟାର କରିଥିଲେ। ଏହି ଟପ୍ରେ ‘ହରେ ରାମ ହରେ କୃଷ୍ଣ’ ଲେଖାଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିବାଦ ଉଠିଛି। ଫଟୋଟି ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଉଥିବାରୁ ସୋସିଆଲ ମିଡିଆର ୟୁଜର୍ସମାନେ ମଧ୍ୟରେ ବାଣୀଙ୍କୁ ସମାଲୋଚନା କରିଥିଲେ। ମୁମ୍ବାଇର ଏମ.ଏମ୍ ଯୋଶୀ ମାର୍ଗ ପୋଲିସ ଥାନାରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି। ବାଣୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କେସରେ କୁହାଯାଇଛି।