ହଟ୍‌ ଲୁକ୍‌ରେ ନେହା, ଆଦିତ୍ୟ

ବଲିଉଡ୍‌ ସିଙ୍ଗର ନେହା କକ୍କର ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲଛି। ଭାଲେଣ୍ଟାଇନ୍ସ ଡେରେ ଉଭୟ କୁଆଡେ ବିବାହ ବନ୍ଦନରେ ଆବଦ୍ଧ ହେବେ। ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡି ନ ଥିଲେ ମଧ୍ୟ ଉଭୟ ଏକ ମ୍ୟୁଜିକ୍‌ ଭିଡିଓରେ ହଟ୍‌ ଅବତାରରେ ନଜର ଆସିଛନ୍ତି। ମ୍ୟୁଜିକ ଭିଡିଓର ନାଁ ରହିଛି ‘ଗୋଆ ବିଚ’। ଭିଡିଓ ଗୀତଟିକୁ ନେହାଙ୍କ ସହ ଭାଇ ଟୋନି କକ୍କର ଗାଇଛନ୍ତି। ଭିଓ ଶୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି। ନେହା-ଆଦିତ୍ୟଙ୍କୁ ଏଥିରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୬୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବର୍ତ୍ତମାନ ନେହା ‘ଇଣ୍ଡିଆନ ଆଇଡଲ ୧୧’ରେ ଜଜ ଅଛନ୍ତି ଓ ଆଦିତ୍ୟ ନାରାୟଣ ଏହି ଶୋ’କୁ ହୋଷ୍ଟ କରୁଛନ୍ତି। ଆଦିତ୍ୟଙ୍କ ପିତା ଉଦିଦ୍‌ ନାରାୟଣଙ୍କୁ ଶୋ’ର ଏକ ଏପିସୋଡରେ ଦେଖିବାକୁ ମିଳିଥିଲାକ୍ସେ ନେହାଙ୍କୁ ବୋହୂ କରିବା ଇଚ୍ଛା ପ୍ରକାଶ କରିଥିଲେ ସେବେଠାରୁ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଉଭୟ ବିବାହ କରିବେ କି ଶୋ’ର ଟିଆରପି ବଢାଇବା ଲାଗି ଏଭଳି କରାଯାଉଛି ତାହା ସମୟ କହିବ।

Share