ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଥାଏ। ପଥରର ତାପମାତ୍ରା ସମ୍ପୃକ୍ତ ସ୍ଥାନର ମାଂସପେଶୀକୁ ସତେଜ କରେ। ଫଳରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଗରମ ପଥରକୁ ମେରୁଦଣ୍ଡରେ କ୍ରମାନ୍ବୟରେ ରଖିଲେ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଭଲ ଭାବେ କାର୍ଯ୍ୟ କରିଥାଏ। ଏହି ପ୍ରକାର ଚିକିତ୍ସା ପକ୍ଷାଘାତ ରୋଗୀଙ୍କ କ୍ଷେତ୍ରରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଫାଇବ୍ରୋମାୟଲଜିୟା ସମସ୍ୟାରେ ଏହି ଚିକିତ୍ସା ଦ୍ୱାରା ଶରୀରର ଯନ୍ତ୍ରଣା ଉପଶମ ହୋଇଥାଏ।

Share