ହଠାତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ମଙ୍ଗଳବାର ସକାଳେ ପ୍ରାୟ ସାଢେ ନଅଟାରେ ହଠାତ ଚାରିଆଡେ ଅନ୍ଧାର ଘୋଟିଆସିଥିଲା। ଲକ ଡାଉନ ଯୋଗୁ ରାସ୍ତାରେ ଯାତାୟାତ କମ ଥିଲେ ହେଁ ଅଫିସ ଖୋଲା ଥିବାରୁ ଏବଂ ଜିନିଷ ପତ୍ର କିଣା ବିକା ପାଇଁ ରାସ୍ତାରେ ଯାତାୟାତ ଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡି ଯିବାଆସିବା କରୁଥିଲେହେଁ ସବୁ ଲାଇଟ ଜଳାଇ ଯିବା ଆସିବା କରୁଥିଲେ। ଫଳରେ ହଠାତ ସା ସମୟର ଭ୍ରମ ସୃଷ୍ଟି କରିଥିଲା। ପରେ ପ୍ରବଳ ବର୍ଷା ହୋଇଥିଲା। ସବୁ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ କରୁଥିଲା। ଡ୍ରେନରେ ପାଣି ଅନେକ ସ୍ଥାନରେ ଜାମ ଯୋଗୁଁ ଉଛୁଳି ପଡୁଥିଲା। ବିଭିନ୍ନ ସ୍ଥାନରେ ପାଣି ଜମା ହୋଇରହିଥିଲା। ବିଭିନ୍ନ ସ୍ଥାନରେ ଚାଲିଥିବା ପୋଲିସ ଯାଞ୍ଚ ଏନେଇ ବନ୍ଦ ହୋଇଯାଇଥିଲା।

Share