Advertisement
Categories: କନ୍ଧମାଳ

ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କୋଟଗଡ଼,୧୮ା୮ (ଡି.ଏନ୍‌.ଏ): ଏକ ହତ୍ୟା ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଦୌରାଜଜ୍‌ ଅରବିନ୍ଦ ପଟ୍ଟନାୟକ ଶନିବାର ଅଭିଯୁକ୍ତ ଗାଗାରୀନ ନାୟକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗାଗାରୀନ ୨୦୧୬ ମାର୍ଚ୍ଚ ୨୭ରେ ନିଜ ସ୍ତ୍ରୀ ପ୍ରଣିତାଙ୍କୁ ତାଙ୍କ ବାପ ଘରୁ ଡାକି ଆଣି ହତ୍ୟା କରିଥିଲେ। ଏ ନେଇ ଦାରିଙ୍ଗବାଡ଼ି ଥାନାରେ ନଂ. ୧୧୮/୧୬ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ବିଚାର କରି ଅଦାଲତ ଗାଗାରୀନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି. ସୁଧାଂଶୁ ମୋହନ ପତି ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel