ଭୋପାଳ,୨୭।୯:ମଧ୍ୟପ୍ରଦେଶ(ଏମ୍ପି)ରେ ହନିଟ୍ରାପ୍ ମାମଲା ସବୁ ସରହଦ ପାର୍ କରିଯାଇଛି। ଏହି ମାମଲାରେ ୧୩ ଆଇଏଏସ୍ ଅଫିସର ସମ୍ପୃକ୍ତ ଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଆଇଏଏସ୍ମାନେ କୃଷି, ମତ୍ସ୍ୟ, ସଂସ୍କୃୃତି, ଶିଳ୍ପ, ନଗର ଉନ୍ନୟନ, ଶ୍ରମ, ଜଙ୍ଗଲ, ଜଳ ସମ୍ପଦ, ସାଧାରଣ ପ୍ରଶାସନ ବିଭାଗରେ କାମ କରୁଥିବା ଜଣାପଡ଼ିଛି। ଏସ୍ଆଇଟି ଦ୍ୱାରା ଏହି ମାମଲାର ତଦନ୍ତ ଜାରି ରହିଥିବାବେଳେ ଖୁବ୍ଶୀଘ୍ର ଏହି ଅଫିସରଙ୍କ ନାମ ଘୋଷଣା କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। କେତେକ ରାଜନେତା ଏଥିରେ ଥିବା ଚର୍ଚ୍ଚା ହେଉଛି। ଏହି ମାମଲାରେ ୧୮ ବର୍ଷିୀୟା ମୋନିକା ଯାଦବ ଓ ଅନ୍ୟ ୫ ଜଣଙ୍କୁ ଗିରଫ କରାଯିବା ପରେ ହାଇ ପ୍ରୋଫାଇଲ ହନିଟ୍ରାପ୍ ମାମଲାର ଗଭୀରତା ସମ୍ପର୍କରେ ଜଣାପଡ଼ିଛି।