ଭୋପାଲ,୨୬।୯: ହନିଟ୍ରାପର ଖୁଲାସା ହେବା ପରେ ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ଏସ୍ଆଇଟି ଟିମ୍ ଯାଞ୍ଚ କରୁଥିବା ବେଳେ ପ୍ରତିଦିନ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହନିଟ୍ରାପରେ ୪୦ଜଣ କଲ୍ ଗର୍ଲ ରହିଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ବଲିଉଡ୍ ଅଭିନେତ୍ରୀ ଥିବା ସୂଚନା ମିଳିଛି। ସେମାନେ ବଡ଼ ବଡ଼ ନେତା ଓ ଅଧିକାରୀଙ୍କୁ ବ୍ଲାକ୍ମେଲ କରି ନିଜ ଜାଲରେ ଛନ୍ଦି ଦେଉଥିଲେ। ସେମାନଙ୍କ ଜରିଆରେ ମୋବାଇଲ ଏବଂ ସ୍ପାଇ କ୍ୟାମ ଦ୍ୱାରା କରାଯାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ବ୍ଲାମମେଲ୍ କରିବା ସହ ଟଙ୍କା ହଡପ କରୁଥିଲେ। ଏହି ମାମଲାର ତଦନ୍ତ ପରେ ଗିରଫ ହୋଇଥିବା ୫ ମହିଳାଙ୍କଠାରୁ ୨ଟି ଲ୍ୟାପଟପ୍ ଓ କିଛି ମୋବାଇଲ ଜବତ କରିଛି ପୋଲିସ। ଜବତ ହୋଇଥିବା ସାମଗ୍ରୀରୁ ଏହି ସବୁ ଭିଡିଓ ପୋଲିସକୁ ମିଳିଥିବା ଜଣାପଡ଼ିଛି।