Categories: ଜାତୀୟ

ହନିପ୍ରୀତଙ୍କ ଉପରୁ ଉଠିଲା ଦେଶଦ୍ରୋହ ଧାରା

ପଞ୍ଚକୁଲା,୨।୧୧: ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ନିକଟ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଯାଇଛି ଦେଶଦ୍ରୋହ ଧାରା। ପଞ୍ଚକୁଲା ହିଂସା ମାମଲାରେ ଜିଲା ଅଦାଲତ ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ହନିପ୍ରୀତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଉପରୁ ଏହି ଧାରାକୁ ହଟାଇ ଦିଆଯାଇଛି। ଶନିବାର ଏହି ମାମଲାର ଶୁଣାଣି ଥିବା ବେଳେ ହନିପ୍ରୀତଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ, ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଗିରଫ କରାଯିବା ପରେ ପଞ୍ଚକୁଲାରେ ହିଂସା ହୋଇ ଯାଇଥିଲା। ଏଥିରେ ହନିପ୍ରୀତଙ୍କ ବିରୋଧରେ ହିଂସା ସୃଷ୍ଟି କରିବାକୁ ନେଇ ଅଭିଯୋଗ ହୋଇଥିଲା।

Share