Categories: ଜାତୀୟ

ହନୁମାନ ଚାଳିଶା ପରେ ଏବେ ଏଏପି ପାଠ କରିବ ‘ସୁନ୍ଦରାକାଣ୍ଡ’

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଏବେ ଏହା ଥମି ଯାଇଥିବା ବେଳେ ଶୁଣିବାକୁ ମିଳିଛି କି ଏଏପି ଏବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ‘ସୁନ୍ଦରାକାଣ୍ଡ’ ପାଠ କରିବ। ମଙ୍ଗଳବାର ଏଏପି ବିଧାୟକ ସୌରଭ ଭରଦ୍ୱାଜ ଟୁଇଟ୍‌ କରି ଏହା କହିଛନ୍ତି। ସେ କହିଛନ୍ତି ମାସର ପ୍ରଥମ ମଙ୍ଗଳବାର ଦିନ ସୁନ୍ଦରାକାଣ୍ଡ ପାଠ କରାଯିବ। ପ୍ରତି ମାସରେ ଏହା ଭିନ୍ନ ଭିନ୍ନ ଅଞ୍ଚଳରେ କରାଯିବ। ପ୍ରଥମେ ଏହା ଚିରାଗ ଦିଲ୍ଲୀ ମେଟ୍ରୋ ଷ୍ଟେଶନ ନିକଟ ପୁରୁଣା ଶିବ ମନ୍ଦିରରେ କରାଯିବ। ଏହା ଦଳ ପକ୍ଷରୁ କରାଯାଇଛି କି ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share