Categories: ଜାତୀୟ

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ ରହୁଥିଲେ ତାଙ୍କୁ ଏବେ ମାଲିକ ଘର ଖାଲି କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ ଘର ମାଲିକ ମନାଜିର ହୁସେନ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଇଶରତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ହାଓ୍ବଡାର ଡବରନ ରୋଡରେ ଥିବା ସଙ୍କଟମୋଚନ ହନୁମାନ ମନ୍ଦିରରେ ହେଉଥିବା ସାମୁହିକ ହନୁମାନ ଚାଳିଶା ପାଠରେ ସେ ଯୋଗ ଦେଇଥିଲେ। ଏହାପରେ ତାଙ୍କ ଭଡା ଘର ସାମ୍ନାରେ ବହୁ ଲୋକ ଏକାଠି ହୋଇ ଘର ମାଲିକଙ୍କ ସହ ମିଶି ତାଙ୍କର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ।

Share