Categories: ଫୁରସତ

ହମିଂ ବାର୍ଡ ଭଳି ଫୁଲ

କ୍ରୋଟାଲାରିଆ କନିଂହାମି ଉତ୍ତର ଅଷ୍ଟ୍ରେଲିଆର ଏକ ଫୁଲ। ଏହି ଫୁଲଟି ଆଉ ଏକ ନାମରେ ବି ପରିଚିତ, ତାହା ହେଉଛି ‘ଗ୍ରୀନ୍‌ ବାର୍ଡ ଫ୍ଲାଓ୍ବାର’। କାରଣ ଏହାର ସବୁଜ ଫୁଲ ଛୋଟିଆ ହମିଂ ବାର୍ଡ ପରି ଦେଖାଯାଇଥାଏ, ଯାହାର ମୁନିଆ ଲମ୍ବା ଥଣ୍ଟ ଗଛର କାଣ୍ଡ ସହ ଲାଗି ରହିଥାଏ। ଉତ୍ତର ଅଷ୍ଟ୍ରେଲିଆରେ ହମିଂ ବାର୍ଡ ଦେଖିବାକୁ ମିଳନ୍ତି ନାହିଁ। କିନ୍ତୁ ଏହି ଫୁଲ ଏତେ ବାସ୍ତବ ହମିଂ ବାର୍ଡ ଭଳି ଲାଗେ ଯେ, ହଠାତ୍‌ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଯଦିଓ ଫୁଲଟିର ନିର୍ଦ୍ଦିଷ୍ଟ ଏକ ପାର୍ଶ୍ୱରୁ ଦେଖିଲେ ହିଁ ତାହ ଉକ୍ତ ଚଢେଇ ଭଳି ଲାଗିଥାଏ।

Share