Categories: ଜାତୀୟ

ହମିରପୁର ଉପନିର୍ବାଚନରେ ଆସନ ହାତେଇଲା ଭାଜପା

ହମିରପୁର,୨୭।୯: ଉତ୍ତର ପ୍ରଦେଶର ହମୀରପୁର ବିଧାନସଭା ଉପନିର୍ବାଚନରେ ଆସନ ହାତେଇଛି ଭାଜପା। ଭାଜପା ପ୍ରାର୍ଥୀ ଯୁବରାଜ ସିଂହ ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରାର୍ଥୀ ମନୋଜ ପ୍ରଜାପତିଙ୍କଠାରୁ ୧୭୭୦୦ ଭୋଟରେ ଜିତି ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଭାଜପା କାର୍ଯ୍ୟାଳୟରେ ଖୁସୀର ଲହରୀ ଖେଳିଯାଇଛି। ନବନିର୍ବାଚିତ ବିଧାୟକ ଯୁବରାଜ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

Share