ହମ୍ପସ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ବରଗଡ଼ -ଭଟଲି ରାସ୍ତାର ବରଡୋଲ ଛକ ଓ ଗ୍ରାମର ରାସ୍ତା ଉପରେ ହମ୍ପସ ନିର୍ମାଣ ଦାବିରେ ସୋମବାର ସକାଳ ୬ଟାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ପ୍ରକାଶଥାଉକି, କିଛିଦିନ ତଳେ ବରଡୋଲ ଛକରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପୋଲିସ ବରଡୋଲ ଛକରେ ହମ୍ପସ ନିର୍ମାଣ ପ୍ରତିଶୃତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ହମ୍ପସ ନିର୍ମାଣ କରାଯାଇ ନାହିଁ। ଅନ୍ୟପଟେ ରବିବାର ସନ୍ଧ୍ୟାରେ ଏହି ଛକରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ବୋଲେରୋ ଛକରେ ନିକଟସ୍ଥ ବ୍ରିଜ ତଳକୁ ଖସି ପଡ଼ିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ। ଏହା ପରେ ଲୋକେ ରାସ୍ତାରୋକୋ କରିଛନ୍ତି।