Categories: ବାଣିଜ୍ୟ

ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ହଟିଲା

ନୂଆଦିଲ୍ଲୀ,୧୪-୯: ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଆଶ୍ୱସ୍ତ କରି ପ୍ରିମିୟମ ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ଯୋଜନାକୁ ହଟାଇ ଦେଇଛି। ଏଥିସହିତ ଏହି ଗାଡ଼ିରେ ସ୍ଲିପର କୋଚ୍‌ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଦେଶରେ ବର୍ତ୍ତମାନ ୩୫ ଯୋଡା ହମ୍‌ସଫର ଏକ୍ସପ୍ରେସ ଚାଲିଛି ଏବଂ ଏଥିରେ ବର୍ତ୍ତମାନଠାରୁ ଏସି-୩ ଟାୟାର କୋଚ୍‌ ଲଗାଯିବ। ଏହାଛଡ଼ା ହମ୍‌ସଫର ଗାଡ଼ିର ରେଳଯାତ୍ରୀଙ୍କ ପାଇଁ ତତ୍କାଳ ଟିକେଟ ଭଡାକୁ ମଧ୍ୟ ହ୍ରାସ କରାଯାଇଛି। ମୂଳ ଭଡାର ୧.୫% ବଦଳରେ ୧.୩% ହାରରେ ତତ୍କାଳ ଟିକେଟ ଦର ରହିବ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ପ୍ରୟାଗରାଜରୁ ଆଲ୍ଲାହାବାଦ୍‌ ଜଙ୍କ୍‌ଶନ ଦେଇ ନୂଆଦିଲ୍ଲୀ ମଧ୍ୟରେ ଯାତାୟାତ କରୁଥିବା ଦୁରନ୍ତୋ ଏକ୍ସପ୍ରେସକୁ ବନ୍ଦ କରିଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବା ବେଳେ ଏହାକୁ ଆରମ୍ଭ କରାଯାଇଥିଲା। ରେଳ ମନ୍ତ୍ରଣାଳୟ ଦୁରନ୍ତୋ ଏକ୍ସପ୍ରେସ ସ୍ଥାନରେ ହମ୍‌ସଫର ଟ୍ରେନ ଚଳାଇବାକୁ ଯାଉଛନ୍ତି। ତେବେ ପାରମ୍ପରିକ ହମ୍‌ସଫର ଏକ୍ସପ୍ରେସରେ କେତେକ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ଆଲ୍ଲାହାବାଦ୍‌ରୁ ଚାଲିବାକୁ ଥିବା ହମ୍‌ସଫର ଏକ୍ସପ୍ରେସରେ ୪ ସ୍ଲିପର କୋଚ୍‌ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share