Categories: ଜାତୀୟ

ହରଡ଼ଘଣାରେ ମୋଦି ସରକାର: ୩ ବର୍ଷରେ ବେକାରଙ୍କ ସଂଖ୍ୟା ୮.୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ବେକାରି ସମସ୍ୟା ନେଇ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଗତ ୩ ବର୍ଷ ମଧ୍ୟରେ ବେକାରି ସମସ୍ୟା ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଅଗଷ୍ଟରେ ବେକାରସ୍ତର ୮.୪ ପ୍ରତିଶତ ରହିଛି। ଏହା ପୂର୍ବରୁ ୨୦୧୬ ସେପ୍ଟେମ୍ବରରେ ବେକାରସ୍ତର ଏଭଳି ଥିଲା ବୋଲି ସେଣ୍ଟର ଫର୍‌ ମନିଟରିଙ୍ଗ୍‌ ଇଣ୍ଡିଆନ୍‌ ଇକୋନୋମି ପକ୍ଷରୁ ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

Share