Categories: ଜାତୀୟ

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ ୩ଲକ୍ଷରୁ ଅଧିକ ଡାକ୍ତର ଯୋଗଦେଇଛନ୍ତି। ଫଳରେ ଡାକ୍ତରଖାନାରେ ଓପିଡି ସେବା ବନ୍ଦ ରହିଛି। ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ଯୋଗୁ ଡାକ୍ତରମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବ ବୋଲି ହରତାଳରେ ବସିଥିବା ଡାକ୍ତରମାନେ ମତ ଦେଇଛନ୍ତି।

Share