ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ‘ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଏଠାରେ ଯଥେଷ୍ଟ ସୁଯୋଗ ସହ ଆବଶ୍ୟକ ଭିତ୍ତିଭୂମି ରହିଛି। ଓଡ଼ିଶାର ବିଭିନ୍ନ ବିକଶିତ କ୍ଷେତ୍ର ଓ ସମ୍ବଳର ଉଦାହରଣ ଦେଇ ହରଦୀପଙ୍କୁ ରାଜ୍ୟ ପରିଦର୍ଶନରେ ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ବିଗତ କିଛିବର୍ଷ ମଧ୍ୟରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରର ବୃଦ୍ଧି ଘଟିବା ସହ ଘରୋଇ ବିମାନ ଚଳାଚଳରେ ମଧ୍ୟ ଆଖିଦୃଶିଆ ଉନ୍ନତି ହୋଇଛି। ଏବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉ। ବର୍ତ୍ତମାନ ଓଡ଼ିଶାରୁ ଗୋଟିଏମାତ୍ର ବିମାନ ବିଦେଶକୁ ଉଡ଼ାଣ କରୁଛି। ଏହା ବ୍ୟତୀତ ଆଉ କିଛି ବିମାନ ଭାୟା ଦିଲ୍ଲୀ ଓ କୋଲକାତା ଦେଇ ବିଦେଶକୁ ଉଡ଼ାଣ କରୁଛି। ବିଦେଶରେ ବୈଷୟିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବିମାନ ଚଳାଚଳ, ଉତ୍ପାଦନ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଅଧିକ ରହିଛି। ଆମେରିକା ଓ ୟୁରୋପ ଭଳି ବିକଶିତ ମହାଦେଶରେ ପ୍ରବାସୀ ଓଡ଼ିଆ ବେଶ୍‌ ସଫଳ ଓ ସମୃଦ୍ଧ ହୋଇଛନ୍ତି। ଯୋଗାଯୋଗର ସହଜ ମାଧ୍ୟମ ଯୋଗୁ ପୂରା ବିଶ୍ୱରେ ଓଡ଼ିଆମାନେ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି। ମଧ୍ୟପୂର୍ବ ଦେଶଗୁଡ଼ିକରେ ମଧ୍ୟ ଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଫଳ ଭାବେ କାର୍ଯ୍ୟ କରୁଥିବାରୁ ବିଦେଶୀ ସଂସ୍ଥାଗୁଡ଼ିକ ଓଡ଼ିଆଙ୍କୁ ନିଯୁକ୍ତି ଦେବାରେ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ଓଡ଼ିଶା ସହ ବିଶ୍ୱର ଲିଙ୍କ୍‌ ପରିବ୍ୟାପ୍ତ ହୋଇଚାଲିଛି। ଓଡ଼ିଶାରେ ଭଲ ଭିତ୍ତିଭୂମି ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ରହିଛି। ବିଶେଷକରି ପର୍ଯ୍ୟାବରଣ ପର୍ଯ୍ୟଟନସ୍ଥଳୀ ଚିଲିକା ହ୍ରଦ, ଶିମିଳିପାଳ, ଭିତରକନିକା ଓ ସାତକୋଶିଆ ଆଦି ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ସମୃଦ୍ଧ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଅନ୍ତର୍ଜାତୀୟ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଆଗାମୀ ଦିନରେ ଅନ୍ତର୍ଜାତୀୟ ଟୁର୍‌ ଅପରେଟରଙ୍କୁ ଆକୃଷ୍ଟ କରିବ। ଉଡ଼ାନ ଯୋଜନାରେ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ରାଉରକେଲା ଓ ଜୟପୁରକୁ ଖୁବ୍‌ଶୀଘ୍ର ଯୋଡିବାକୁ ଆମେ ଚାହୁଁଛୁ ବୋଲି ନବୀନ ଲେଖିଛନ୍ତି। ରାଉରକେଲାରେ ଆଗକୁ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। ପ୍ରମୁଖ ଶିଳ୍ପସଂସ୍ଥା ସହ ଓଡ଼ିଶା ଯୋଡିହୋଇଛି। ନିବେଶ ଉପଯୋଗୀ, ଦକ୍ଷ ମାନବ ଓ ଖଣିଜ ସମ୍ବଳ ଯୋଗୁ ଓଡ଼ିଶା ବିଦେଶୀ ପୁଞ୍ଜି ପାଇଁ ଉପଯୁକ୍ତ ସ୍ଥଳ ହେବ। ତେଣୁ ବିଭାଗୀୟ ଅଧିକାରୀ ଓ ପ୍ରମୁଖ ବିମାନ ଚଳାଚଳ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଧରି ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ହରଦୀପଙ୍କୁ ଆମନ୍ତ୍ରିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ

ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍‌ ବାୟୋଗ୍ରାଫି ରିଭାଇଜ୍‌ଡ୍‌ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri