Categories: ଜାତୀୟ

ହରପ୍ପାଠାରୁ ଅଧିକ ପୁରାତନ ସଭ୍ୟତାର ମିଳିଲା ସନ୍ଧାନ

ପାନିପଥ,୪।୬: ହରିୟାଣା ହିସାର ଅନ୍ତର୍ଗତ ରାଖୀଗଡ଼ିଠାରୁ ୮ ହଜାର ବର୍ଷ ତଳର ସଭ୍ୟତା ସମ୍ପର୍କରେ ସନ୍ଧାନ ମିଳିଛି। ଏହା ହରପ୍ପା ସଭ୍ୟତାଠାରୁ ମଧ୍ୟ ପୁରାତନ ବୋଲି ଐତିହାସିକ ମତପୋଷଣ କରିଛନ୍ତି। ହରପ୍ପା ସଭ୍ୟତା ସାଢ଼େ ୬ ହଜାର ବର୍ଷତଳେ ଗଢ଼ିଉଠିଥିଲା। ତେବେ ଆବିଷ୍କୃତ ହୋଇଥିବା ଏହି ସଭ୍ୟତା ହରପ୍ପାଠାରୁ ଦେଢ଼ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି। ୨୦୧୫ଠାରୁ ଏଠାରେ ୯ଶହ ବର୍ଷ ମିଟର ଅଞ୍ଚଳରେ ଖନନ ଜାରି ରହିଥିଲା। ମାଟିତଳୁ ମିଳିଥିବା ପୁରାତନ ସଭ୍ୟତାର କେତେକ ଦ୍ରବ୍ୟର ଯାଞ୍ଚ୍‌ କରାଯାଇ ଏହା କେତେବର୍ଷ ତଳର ତାହା ଆକଳନ କରାଯାଇଛି। ଏସମ୍ପର୍କିତ ରିପୋର୍ଟ ଖୁବ୍‌ ଶୀଘ୍ର ଡେକାନ୍‌ ୟୁନିଭରସିଟି ଗବେଷକଙ୍କ ପକ୍ଷରୁ ଦାଖଲ କରାଯିବ ବୋଲି କୁହାଯାଉଛି।

Share