ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା,୨ା୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅଡବା ଥାନା ପାଣିଗଣ୍ଡା ପଞ୍ଚାୟତ ବୁଢାଢିଅ ଗ୍ରାମର ଏବନି ମଣ୍ଡଳ (୩୧) ଓ କର୍ଚ୍ଚବାଡି ପଞ୍ଚାୟତ ହିଡିକିମା ଗଁାର ଭାଣିଜୀ ଇସ୍ପାଳୀ ଶବର (୧୧)। ଶୁକ୍ରବାର ଅପରାହ୍ନରେ ଗ୍ରାମ ନିକଟ ହରଭଙ୍ଗୀ ଡ୍ୟାମକୁ ଗାଧୋଇବାକୁ ଯାଇଥିବାବେଳେ ଇସ୍ପାଳୀ ବୁଡି ଯାଇଥିଲେ। ମାଇଁ ଏବିନା ମଧ୍ୟ ଉଦ୍ଧାର କରିବାକୁ ଯାଇ ମଧ୍ୟ ବୁଡି ଯାଇଥିଲେ। ଶନିବାର ସକାଳେ ଅଗ୍ନିଶମ ବାହିନୀ ପହଞ୍ଚତ୍ ମୃତଦେହ ୨ଟିକୁ ଉଦ୍ଧାର କରିବା ପରେ ଅଡବା ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଓ ପାଣିଗଣ୍ଡା ସରପଞ୍ଚ ଜହନ ଦଳବେହେରା ପହଞ୍ଚତ୍ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶ ଥାଉକି ଇସ୍ପାଳୀ ଲକଡାଉନ ପୂର୍ବରୁ ଆଈଙ୍କ ସହ ମାମୁ ଘରକୁ ବୁଲିବାକୁ ଆସିଥିଲେ। ଲକ୍‌ଡାଉନ ଯୋଗୁ ଆଉ ଘରକୁ ଫେରି ପାରି ନ ଥିଲେ।